*୨୨ ମାର୍ଚ୍ଚ ୨୦୨୦ - ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ - ଅତ୍ୟନ୍ତ ବୁଦ୍ଧିମତ୍ତାର ପରିଚାୟକ* ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା 22 ମାର୍ଚ୍ଚ 2020 କୁ ଜନତା କର୍ଫ୍ୟୁ ଘୋଷିତ କରାଯାଇଛି , କରୋନ ଭୂତାଣୁ ବିରୁଦ୍ଧରେ ଏହା ଏକ ଅତ୍ୟନ୍ତ ବୁଦ୍ଧିମତ୍ତା ଭାର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ପଦକ୍ଷେପ ଅଟେ | ଯଦି ଆପଣ ଏ ବିଷୟରେ ବିଝିବା ପାଇଁ ଚେଷ୍ଟା କରନ୍ତି, ତାହେଲେ ଆପଣ ଏହି ପଦକ୍ଷେପରେ ନା କେବଳ ୧୦୦% ସମର୍ଥନ ଦେବେ ବରଂ ଯେତେବେଳେ ଅନ୍ତଃକରଣରୁ ଓ ପୂର୍ଣ୍ଣ ଉତ୍ସାହ ସହିତ ସମର୍ଥନ କରିବେ ସେତେବେଳେ ଏକ ଅବିଶ୍ଵାସନୀୟ ପରିଣାମ ଆଗକୁ ଆସିବ | ଆସନ୍ତୁ ଏହାକୁ ବୁଝିବା ପାଇଁ ଚେଷ୍ଟା କରିବା | କ’ଣ ଆପଣ ଜାଣନ୍ତି କରୋନ ଭୂତାଣୁର ଆୟୁ ବିଭିନ୍ନ ପରିସ୍ଥିତିରେ କେତେ ହୋଇଥାଏ | କରୋନ ଭୂତାଣୁ ସାଧାରଣ କିନ୍ତୁ ବିଭିନ୍ନ ପରିସ୍ଥିତିରେ ୩ ରୁ ୭୨ ଘଣ୍ଟା ଯାଏ ସକ୍ରିୟ ରହିପାରେ ଅର୍ଥାତ ଏହାର ଆୟୁ ଏତିକି ମାତ୍ର, ଯାହା ସର୍ବୋତ୍ତମ ୭୨ ଘଣ୍ଟା ଯାଏ, କିନ୍ତୁ ଅଧିକାଂଶ ୩୬ ଘଣ୍ଟାରେ ହିଁ ସମାପ୍ତ ହୋଇଯାଆନ୍ତି | ଏବେ ଯଦି ସରକାର ସଂପୂର୍ଣ୍ଣ ଦେଶକୁ କ୍ୟାରେଣ୍ଟାଇନ (ପୃଥକ ) କରିବା ପାଇଁ ଚାହାନ୍ତି କିମ୍ବା ଡାକ୍ତରଖାନାରେ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିବା ପାଇଁ ଚାହାନ୍ତି ଏହା କ’ଣ ସମ୍ଭବ, ଆଦୌ ନୁହଁ | ସେଥିପାଇଁ ବହୁତ ବୁଦ୍ଧିମତ୍ତା ସହିତ ମୋଦୀଜୀ ଓ ତାଙ୍କର ପରାମର୍ଶଦାତ୍ତା ରବିବାର ଦ